This browser does not support the video element.
ତଲସରା: ଜୀବନ ଯୁଦ୍ଧରେ ହାରିଗଲେ ସାଲେପାଲି ଗ୍ରାମର କୈଳାସ ରାଉରକେଲା ସ୍ଥିତ ଜେପି ଡାକ୍ତରଖାନା ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ
Talasara, Sundargarh | Sep 25, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଫୁଲବାରୀ ଗ୍ରାମ ପଞ୍ଚାୟତର ସାଲେପାଲି ଗ୍ରାମର କୈଳାସ ସାହୁ ଶେଷରେ ଆଜି ଜୀବନ ଯୁଦ୍ଧରେ ହାରିଗଲେ। ରାଉରକେଲା ସ୍ଥିତ ଜୟପ୍ରକାଶ ନାରାୟଣ ହସ୍ପିଟାଲ ରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଘଟଣା ଅନୁଯାୟୀ ସ୍କ୍ରବ ଟାଇଫସ ପୋକ କାମୁଡ଼ାରେ ଗୁରୁତର ଅସୁସ୍ଥ ହୋଇ ଗତ ୨୦ ଦିନ ଧରି ସୁନ୍ଦରଗଡ଼ ସମ୍ବଲପୁର ଓ ରାଉରକେଲା ର ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସା ହେବା ପରେ ମଧ୍ୟ ତାଙ୍କର ଆଜି ମୃତ୍ୟୁ ଘଟିଛି।