Download Now Banner

This browser does not support the video element.

ସୋରଡା: ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଶନିବାର ୬୪ ତମ ସ୍ବାୟତ୍ତ ଶାସନ ଦିବସ ସୀତାରାମ ରଙ୍ଗମଞ୍ଚ ଠାରେ ପାଳିତ ହୋଇଯାଇଛି।

Surada, Ganjam | Aug 31, 2025
ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଶନିବାର ୬୪ ତମ ସ୍ବାୟତ୍ତ ଶାସନ ଦିବସ ସୀତାରାମ ରଙ୍ଗମଞ୍ଚ ଠାରେ ପାଳିତ ହୋଇଯାଇଛି।NAC କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉତ୍ସବରେ ଏନ୍ଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ସଭାପତିତ୍ବ କରିଥିଲେ।ଆଜି ପ୍ରାତଃ ସମୟରେ ରାମଧୁନ ପରେ ସହରର ବିଭିନ୍ନ ଛକରେ ଥିବା ମହାତ୍ମା ଗାନ୍ଧୀ,ବିଜୁବାବୁ,ଶଶିଭୂଷଣ ରଥଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଠିକ ଘ.୮.୧୫ମି.ସମୟରେ ଏନଏସି କାର୍ଯ୍ୟାଳୟ ଠାରେ ମାନ୍ୟବର ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us