Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁରକ୍ଷା ଦୃଷ୍ଟିରୁ କେକେ ରେଳପଥରେ ଟ୍ରେନ ବାତିଲ

Koraput Town, Koraput | Aug 26, 2025
କୋରାପୁଟ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଏବଂ ଭାରତୀୟ ପାଣିପାଗ ବିଭାଗ ଦ୍ଵାରା ରେଡ୍ ଆଲର୍ଟ ଜାରି କରା ଯାଇଥିବାରୁ ବୁଧବାର ବିଶାଖାପାଟଣା ଠାରୁ କିରଣ୍ଡୁଲ ଯିବାକୁ ଥିବା ପାସେଞ୍ଜର ଟ୍ରେନକୁ ଆଜି ବାତିଲ କରାଯାଇଛି । ସଂନ୍ଧ୍ୟା ୭ଟା ସମୟରେ ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁଧବାର କିରଣ୍ଡୁଲ ଯିବାକୁ ଥିବା ଟ୍ରେନ ବିଶାଖାପାଟଣା ଠାରୁ ବାହାରି ଆରକୁ ପର୍ଯ୍ୟନ୍ତ ଯିବ ଓ ପୁଣି ବିଶାଖାପାଟଣା ଫେରି ଯିବ ବୋଲି ଜଣା ପଡ଼ିଛି। ବୁଧବାର ଆରକୁ ଠାରୁ କିରଣ୍ଡୁଲ ଟ୍ରେନ ମଧ୍ୟ ବାତିଲ କରା ଯାଇଛି।
Read More News
T & CPrivacy PolicyContact Us