Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପଟିଆ ଖେଳପଡ଼ିଆ ନିକଟରେ ଅତର୍କିତ ଚଢ଼ଉ କରି ବେଆଇନ ଗଞ୍ଜେଇ ବିକ୍ରି ଅଭିଯୋଗରେ ଅଭିଯୁକ୍ତ କାନ୍ହୁ ଚରଣ ମହାରଣାଙ୍କୁ କାବୁ କଲା ପୋଲିସ

Bhubaneswar M Corp, Khordha | Sep 12, 2025
ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଚନ୍ଦ୍ରଶେଖରପୁର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେସାଲ ଟିମ୍ ସଦଳବଳେ ପଟିଆ ଖେଳପଡ଼ିଆ ମୁଖ୍ୟ ଗେଟ ନିକଟରେ ଅତର୍କିତ ଚଢ଼ଉ କରିବା ସହ ବେଆଇନ ଗଞ୍ଜେଇ ବିକ୍ରି ଅଭିଯୋଗରେ ଅଭିଯୁକ୍ତ କାନ୍ହୁ ଚରଣ ମହାରଣାଙ୍କୁ କାବୁ କରିଛି । ଛାନବିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୩.୭ କେଜି ଓଜନର ଗଞ୍ଜେଇ, ଗୋଟିଏ ମୋବାଇଲ ଫୋନ ଏବଂ ୧୦,୦୦୦ ଟଙ୍କା ଜବତ କରିଛି । ପଚରାଉଚରାରୁ ଅଭିଯୁକ୍ତ ଜଣକ ଏହି ବେଆଇନ ଗଞ୍ଜେଇକୁ କନ୍ଧମାଳ ଅଞ୍ଚଳରୁ ସଂଗ୍ରହ କରି ଆଣି ଭୁବନେଶ୍ବରରେ ବିକ୍ରି କରୁଥିବା ସ୍ଵୀକାର କରିଛି ।
Read More News
T & CPrivacy PolicyContact Us