Download Now Banner

This browser does not support the video element.

ଦେବଗଡ: ଗଣେଶ ପୂଜା ପରିଚାଳନା ନିମନ୍ତେ ପୋଲିସର ପ୍ରସ୍ତୁତି ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପିଙ୍କ ସୂଚନା

Debagarh, Debagarh (Deogarh) | Aug 23, 2025
ଦେବଗଡ ସାର୍ବଜନୀନ ଗଣେଶମେଳା କମିଟୀ ଆନୁକୂଲ୍ୟରେ ଚଳିତ ବର୍ଷ ବେଶ ଧୂମଧାମ ସହିତ ଗଣେଶ ମେଳା ଆୟୋଜନ କରାଯାଉଛି ।ଅଗଷ୍ଟ ୨୬ ତାରିଖ ଠାରୁ ସେପ୍ଟରମ୍ବର ୩ ତାରିଖ ପର୍ଯ୍ୟନ୍ତ ଗଣେଶ ମେଳା ଅନୁଷ୍ଠିତ ହେବ । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭକ୍ତ ତଥା ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଅନୁମାନ କରାଯାଉଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି । ଦେବଗଡ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି ଦିନ ପ୍ରାୟ ୧୨ ଟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Read More News
T & CPrivacy PolicyContact Us