This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ; ଥାନାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଅଟକ
Bhubaneswar M Corp, Khordha | Sep 3, 2025
ସାମ୍ନାକୁ ଆସିଲା ଅର୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଭିଡିଓ | ରାତି ଅଧରେ ଘରେ ପଶି ସ୍ୱାମୀ ଜଗବନ୍ଧୁ ଚାନ୍ଦ ମାରଣାସ୍ତ୍ରରେ ଅର୍ଚନା ନାଗ ଓ ତାଙ୍କ ପୁଅକୁ ଆକ୍ରମଣ କରିବା ସହ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଅର୍ଚ୍ଚନା । ସୂଚନା ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅର୍ଚ୍ଚନା ନାଗ । ଚର୍ଚ୍ଚାର କାରଣ ହେଉଛି ନିଜ ତଥା ତାଙ୍କ ପୁଅ ଉପରେ ହୋଇଥିବା ଆକ୍ରମଣ । ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସେ ।ନିଜ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତାଙ୍କୁ ହତ୍ୟା ଉଦ୍ୟମ କରିବା ନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।