This browser does not support the video element.
ସଦର: ଧର୍ମଗଡ: ଭତ୍ତା ଟଙ୍କା ଆଣିଯିବା ହେଲା କାଳ, ବ୍ୟାଙ୍କ ଯିବା ବାଟରେ ଧର୍ମଗଡ ଜୋର ନିକଟରେ ବାଇକ ଧକ୍କା ରେ ବୃଦ୍ଧ ଗୁରୁତର।
Sadar, Kalahandi | Sep 12, 2025
କୁଟୁରୁ ଗାଁର ବୃଦ୍ଧ ପୂର୍ବ ମାଝୀ ନିଜ ଭତ୍ତା ଟଙ୍କା ପାଇଁ ଧର୍ମଗଡ ବ୍ୟାଙ୍କକୁ ଗାଁରୁ ୬ କିଲୋମିଟର ଚାଲି ଚାଲି ଯାଉଥିବା ବେଳେ ଶୁକ୍ରବାର ସକାଳ ୯ ଟା ରେ ଧର୍ମଗଡ ଜୋର ନିକଟରେ ହାତୀବନ୍ଧା ଗାଁର ଡମ୍ବରୁ ନାଏକ ନାମକ ଜଣେ ଯୁବକ ହାତିବନ୍ଧା ରୁ ଦେଭୋଗ ବାଇକ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବୃଦ୍ଧ ଜଣକୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକେ ବୃଦ୍ଧ ଜଣକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନରେ ଭର୍ତ୍ତି କରିଥିଲେ।