This browser does not support the video element.
ସତ୍ୟବାଦୀ: ଜିଲ୍ଲା ସ୍ତରୀୟ ସିଏମ୍ କିଷାନ ଉତ୍ସବ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ, ଯୋଗଦେଲେ ଲୋକସଭା ସାଂସଦ ଓ ସ୍ଥାନୀୟ ବିଧାୟକ
Satyabadi, Puri | Aug 27, 2025
ଆଜି ସମଗ୍ର ରାଜ୍ୟରେ ସମସ୍ତ କୃଷକ ମାନଙ୍କୁ ସିଏମ୍ କିଶାନ ମାଧ୍ୟମରେ ୨ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ କୃଷକ ଉତ୍ସବ ଆଜି ପୂର୍ବାହ୍ନ ୧୧ଟାରେ ଅନୁଷ୍ଟିତ ହୋଇଯାଇଛି। ଉତ୍ସବରେ ପୁରୀ ଲୋକ ସଭା ସାଂସଦ ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ କେନ୍ଦ୍ରର ବଶିଷ୍ଠ ବୈଜ୍ଞାନିକ ଅମ୍ବିକା ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।