This browser does not support the video element.
ଯାଜପୁର: ମା ବିରଜାଙ୍କ ରଥଯାତ୍ରା ଓ ଦୁର୍ଗା ପୂଜା ପାଇଁ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ ସଭା ଗୃହରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Jajapur, Jajpur | Sep 9, 2025
ମା ବିରଜାଙ୍କ ରଥଯାତ୍ରା ଓ ଦୁର୍ଗା ପୂଜା ପାଇଁ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ ସଭା ଗୃହରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଆଜି ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରସ୍ତୁତି ବୈଠକରେ କିଭଳି ସୂଚାରୁ ରୂପେ ମା ବିରଜାଙ୍କ ରଥଯାତ୍ରା ଓ ଦୁର୍ଗା ପୂଜା ପାଳ ହେବ ଆଲୋଚନା କରିଥିଲେ l ବିଶେଷ ଭାବରେ ଏହି ସମୟରେ ଜିଲ୍ଲାକୁ ହଜାର ହଜାର ଭକ୍ତ ମା ବିରଜାଙ୍କ ଦର୍ଶନ ପାଇଁ ଆସନ୍ତି l ତେବେ କିଭଳି ଟ୍ରାଫିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଆଲୋଚନା କରିଥିଲେ l