This browser does not support the video element.
କୋରାପୁଟ ସହର: କୋରାପୁଟ ସରକାରୀ ଡିଏଭି ମହାବିଦ୍ୟାଳୟରେ ଭିନ୍ନକ୍ଷମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Koraput Town, Koraput | Sep 9, 2025
ଦିବ୍ୟାଙ୍ଗମାନେ କୌଣସି କ୍ଷେତ୍ରରେ ଅକ୍ଷମ ନୁହଁନ୍ତି ବରଂ ଉପଯୁକ୍ତ ପରିବେଶ ଓ ସୁଯୋଗ ମିଳିଲେ ବିଶ୍ୱବିଜୟୀ ହେବାର ସମ୍ଭାବନା ସେମାନଙ୍କ ପାଖରେ ରହିଛି ।କୋରାପୁଟ ସରକାରୀ ଡିଏଭି ମହାବିଦ୍ୟାଳୟରେ ଆଜି ଦିନ ୩ଘଣ୍ଟା ସମୟରେ ଆୟୋଜିତ ଭିନ୍ନକ୍ଷମ ସଚେତନତା କାର୍ଯ୍ୟକ୍ରମରେ ଏଭଳି ବାର୍ତ୍ତା ଦିଆ ଯାଇଛି। ରାଜ୍ୟ ଭିନ୍ନକ୍ଷମ ଆୟୋଗ ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ଜୟପୁରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୮ଟି ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟରୁ ୧୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।