This browser does not support the video element.
ସୁନ୍ଦରଗଡ ସହର: ବୁଦେଲକାନି ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ ଗାଁ କରିବା ନେଇ ତେଜିଲେ ମହିଳା, ସମର୍ଥନ ଦେଲେ ଅଞ୍ଚଳର ନେତା ଓ ଯୁବପିଢୀ
Sundargarh Town, Sundargarh | Sep 10, 2025
ଆଜି ସେପ୍ଟେମ୍ୱର 10 ତାରିଖ ବୁଧବାର ପୂର୍ବାହ୍ନ 9 ଟାରେ ବୁଦେଲକାନି ଗ୍ରାମର ମହିଳାମାନେ ଅଣ୍ଟାରେ ଲୁଗା ଭିଡ଼ିଛନ୍ତି। ମଦ, ମଦୁଆ ଓ ମଦ ବିକ୍ରେତାଙ୍କୁ ସାବାଡ୍ କରିବା ନେଇ ପ୍ରତୀକାତ୍ମକ ଶୋଭାଯାତ୍ରା କରି ଚେତାବନୀ ଦେଇଛନ୍ତି। ଯିଏ ମଦ ପିଇବ ସେ ଘରେ ପଶି ପାରିବ ନାହିଁ ଯିଏ ମଦୁଆଙ୍କୁ ଆଶ୍ରୟ ଦେବ ତାକୁ ଏକ ଘରିଆ କରାଯିବା ଭଳି ନାରା ଦେଇଛନ୍ତି ମହିଳା ମାନେ। ତାଙ୍କ ଗାଁ ତାଙ୍କ ଭବିଷ୍ୟତ , ତାକୁ ସୁରକ୍ଷିତ ଓ ସଶକ୍ତ କରିବା ଦାୟିତ୍ବ ମହିଳାମାନଙ୍କର । ସେହି କ୍ରମରେ ଆଜି ମହିଳାମାନେ ଏକତ୍ରିତ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। ଆଉ ସେହି ନିଷ୍ପତ୍ତିକୁ ସମର୍ଥନ ଓ ସୁଦୃଢ କରିବା