This browser does not support the video element.
ଅନୁଗୋଳ: ଜିଲ୍ଲାକୁ ପ୍ରଥମ କରି ଐରାବତ ଟ୍ରକ ଆସିଥିବା ନେଇ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଅନୁଗୋଳ ଡିଏଫ୍ଓ
Anugul, Angul | Aug 24, 2025
ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି। ଅନୁଗୁଳରେ ସାତକୋଶିଆ ଭଳି ଅଭୟାରଣ୍ୟ ରହିଥିବାରୁ ବିଭିନ୍ନ ସମୟରେ ଅସୁସ୍ଥ ହାତୀଙ୍କ ଜୀବନ ଯାଉଛି। ଅଧିକ ଚିକିତ୍ସା ପାଇଁ ହାତୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ବିଭିନ୍ନ ସମସ୍ୟା ଦେଖାଯାଉଥିଲା। ଏବେ ଅନୁଗୁଳ ବନଖଣ୍ଡକୁ ହାତୀ ସ୍ଥାନାନ୍ତର ପାଇଁ ଆବଶ୍ୟକ ହେଉଥିବା ‘ଐରାବତ’ ଟ୍ରକ୍ ଆସିଛି। ଏଥିରେ ହାତୀକୁ ଟ୍ରକ୍ରେ ଉଠିବାକୁ ସ୍ବତନ୍ତ୍ର ଲିଫ୍ଟ ଲାଗିଛି। ଟ୍ରକ୍ରେ ୧୫ ଶହ ଲିଟର ଜଳଧାରଣ କରୁଥିବା ଟ୍ୟାଙ୍କ୍ ରହିଛି। ଦୂର ସ୍ଥାନକୁ ହାତୀ ସ୍ଥାନାନ୍ତର ସମୟରେ ହାତୀର ଗାଧୋଇବା ଓ ପିଇବା ପାଇଁ ଯେପରି ପାଣିର ଅଭାବ ନହୁଏ