This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ରେଢ଼ାଖୋଲ ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ ଘଟଣା, 2 ଅଭିଯୁକ୍ତଙ୍କୁ ଦଣ୍ଡାଦେଶ
Sambalpur M, Sambalpur | Aug 22, 2025
ରେଢ଼ାଖୋଲ ଅଞ୍ଚଳରେ ୨୦୧୯ ମସିହା ଅକ୍ଟୋବର ମାସରେ ଜଣେ ୧୨ ବର୍ଷିୟ ନାବାଳିକା ଗାଁ ମୁଣ୍ଡରେ ହେଉଥିବା ‘ଓଷା’ ଦେଖିବାକୁ ଯାଇଥିଲା । ସନ୍ଧ୍ୟାରେ ଏକାକୀ ତାକୁ ଯାଉଥିବାର ଦେଖି ଅଭିଯୁକ୍ତ ସୁଦାମ ସେଠ (୨୫) ଓ ଟିକିନା ସେଠୀ (୨୨) ତାକୁ ଅଟକାଇ ଅସଦାଚରଣ କରିଥିଲେ । ନାବାଳିକା ଜଣକ ପାଟି କରିବାରୁ ଅଭିଯୁକ୍ତ ମାନେ ସେଠାରେ ଫେରାର ହୋଇଯାଇଥିଲେ । ପିଡିତା ଘରକୁ ଯାଇ ପରିବାର ଲୋକଙ୍କୁ ଘଟଣା ବିଷୟରେ କହିବାରୁ ରେଢ଼ାଖୋଲ ଥାନାରେ ଅଭିଯୋଗ କରାଯାଇଥିଲା । ଏଣୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମାମଲାର ଶୁଣାଣି ସମୟରେ ମାନ୍ୟବର ପୋକ୍ସୋ ଅଦାଲତର ବିଚାରପତି ଅଭିଳା