This browser does not support the video element.
କଟକ ପୌରାଞ୍ଚଳ: ବିଦ୍ୟାଧରପୁର ଅଞ୍ଚଳରୁ ୧୬ ଗ୍ରାମ ବ୍ରାଉନ ସୁଗାର ସହ ଜଣଙ୍କୁ ଗିରଫ କଲା ସିଆରଆରଆଇ ଥାନା ପୋଲିସ
Cuttack M Corp PS, Cuttack | Sep 11, 2025
କଟକ ସିଆରଆରଆଇ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରୁ ୧୬ ଗ୍ରାମ ବ୍ରାଉନ ସୁଗାର ସହ ଜଣଙ୍କୁ ଗିରଫ କଲା ସିଆରଆରଆଇ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ରକେଟ ଲେଙ୍କା। ଏ ନେଇ ଗୁରୁବାର ରାତି ୧୦.୧୫ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଗିରଫ ଅଭିଯୁକ୍ତକୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା।