Download Now Banner

This browser does not support the video element.

ମହୁଲପାଲି: ବଳଦମାଲ ଓ ଚାରମାଲ ଜଙ୍ଗଲ ରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ପୋଚ୍ ଓ ମଦ ଜବତ କଲା ଅବକାରୀ ବିଭାଗ

Mahulpalli, Sambalpur | Sep 9, 2025
ବାମରା ବ୍ଲକ ମହୁଲପାଲି ଥାନା ଅନ୍ତର୍ଗତ ବଲଦମାଲ ଓ ଚାରମାଲ ଜଙ୍ଗଲ ରେ ଚଢ଼ାଉ କରି ଗୋବିନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣ ର ବେଆଇନ ମହୁଲି ପୋଚ ଓ ମଦ ଜବତ କରା ଯାଇଛି। ମଙ୍ଗଳବାର ଦିନ ୧୧ ଟାରୁ ସନ୍ଧ୍ୟା ୫ ଟା ମଧ୍ୟରେ ଗୋବିନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଏହି କ୍ରମ ରେ ବଳଦମାଲ ଓ ଚାରମାଲ ଜଙ୍ଗଲ ରୁ ପ୍ରାୟ ୩ ହଜାର ଲିଟର ମହୁଲ ପୋଚ ଓ ଶହେ ଲିଟର ହାତ ରନ୍ଧା ମଦ ଜବତ କରାଯାଇଛି। ଉକ୍ତ ଚଢାଉ ରେ ଅବକାରୀ ଅଧିକାରୀ ଡିଲେଶ୍ୱର୍ କୁମୂରା, ଶ୍ୟାମ ଭୋଇ ଓ ଆଲମା ତିଗା ଙ୍କ ସମେତ ଅନ୍ୟ ମାନେ ଉକ୍ତ ଚଢାଉ ରେ ସାମିଲ ହୋଇଥିଲେ।
Read More News
T & CPrivacy PolicyContact Us