This browser does not support the video element.
ଖରିଆର: ଖଡ଼ିଆଳ ବିଜେଡ଼ି କାର୍ଯ୍ୟଳୟରେ ନୂଆପଡ଼ା ବିଧାୟକଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ
Khariar, Nuapada | Sep 11, 2025
ଆଜି ୬ ଟାରେ ଖଡ଼ିଆଳ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପୁର୍ବତନ ମନ୍ତ୍ରୀ ତଥା ନୂଆପଡା ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକସଭା ଆୟୋଜନ କରାଯାଇଥିଲା। ହିରାଧର ମେହେରଙ୍କ ସଂଯୋଜନାରେ ଆୟୋଜିତ ଏହି ଶୋକସଭାରେ ବରିଷ୍ଠ ବିଜେଡ଼ି ନେତା ଲମ୍ବୋଦର ନିଆଲ, ୟାସିନ ମହମ୍ମଦ, ଅମରେଶ ପଟ୍ଟନାୟକ, ସନ୍ତୋଷ ମିଶ୍ର, ମାଲ୍ୟବନ୍ତ ସୁନା, ମହମ୍ମଦ ସହିଦ, ସନ୍ତୋଶିନି ସଲମା, ସରସ୍ଵତୀ ବାଗ, ଯୋଗେନ୍ଦ୍ର ପାଣ୍ଡେ, ସନ୍ତୋଷ ପଟ୍ଟନାୟକ, ମନୋଜ ଦିପ, ତଥା ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇ ସ୍ବର୍ଗତ ଢୋଲକିଆଙ୍କ ସ୍ମୃତି ଚାରଣ କରିଥିଲେ।