Download Now Banner

This browser does not support the video element.

ଦେବଗଡ: ମହାସିନ୍ଧୁ ଗ୍ରାମରେ ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ

Debagarh, Debagarh (Deogarh) | Oct 5, 2025
ରିଆମାଳ ବନାଂଚଳ ମହାସିନ୍ଧୁ ଗ୍ରାମରେ ରବିବାର ହାତୀ ଉପଦ୍ରବ ଦେଖାଦେଇଛି । ୩୫ ଟିକିଆ ହାତୀ ପଲ ଉପଦ୍ରବ ଯୋଗୁଁ ଗାଁରେ ଏକଡ ଏକଡ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ଦିନ ପ୍ରାୟ ୩ ଟାରେ ଗାଁରେ ହାତୀ ପଶିଥିବା ବେଳେ ରାତି ପ୍ରାୟ ୧୦ ପର୍ଯ୍ୟନ୍ତ ହାତୀ ଉପଦ୍ରବ ଜାରି ରହିଥିବା ଜଣାପଡିଛି । ତେବେ ଫରେଷ୍ଟଗାର୍ଡ ଏବଂ ଗଜସାଥି ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହିତ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ହାତୀ ଘଉଡାଇବାରେ ଫେଲ ମାରିଥିଲେ । ଗ୍ରାମବାସୀ ଏନେଇ ରିଆମାଳ ରେଞ୍ଜରଙ୍କୁ ସୂଚନା ଦେଇଥିଲେ ମଧ୍ୟ ଅଧିକ କର୍ମଚାରୀ ପଠାଯାଇନଥିଲା ।
Read More News
T & CPrivacy PolicyContact Us