This browser does not support the video element.
ଝାରସୁଗୁଡା: ଲଇକେରାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଜନସାଧାରଣଙ୍କୁ ଗଛ ଲଗାଇବା ପାଇଁ ସଚେତନ କଲେ
Jharsuguda, Jharsuguda | Jul 15, 2024
ଆଜି ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଲଇକେରାର ବିଭିନ୍ନ ସ୍ଥାନକୁ ଯାଇ ସ୍ଥାନୀୟ ଜନସାଧାରଣଙ୍କୁ ଗଛ ଲଗେଇବା ପାଇଁ ସଚେତନ କରାଇଥିଲେ। ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନ୍ତର୍ଗତ ଲଇକେରା ବ୍ଲକର ବିଭିନ୍ନ ଗ୍ରାମରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ଥାନୀୟ ଜନସାଧାରଣଙ୍କୁ ନିଜ ଘରେ ମା ପାଇଁ ଗଛ ଟିଏ ଲଗେଇବା ପାଇଁ ସଚେତନ କରାଇଥିଲେ ଏବଂ ଗୋଟିଏ ଗୋଟିଏ ଗଛ ମଧ୍ୟ ଲୋକଙ୍କୁ ପ୍ରଦାନ କରିଥିଲେ।ପରିବେଶ ସୁରକ୍ଷା ପାଇଁ ଗଛ ଲଗେଇବା ନିହାତି ଆବଶ୍ୟକ ବୋଲି ଲୋକଙ୍କୁ ସଚେତନତା ବାର୍ତା ମଧ୍ୟ ପ୍ରଦାନ କରିଥିଲେ।