This browser does not support the video element.
କୋରାପୁଟ ସହର: ଦୁର୍ଘଟଣା ପରେ ବିଶ୍ୱାସରାୟ କମ୍ପ୍ଲେକ୍ସ ବିପଦଜନକ ଅବସ୍ଥାରେ ଥିବା ଦର୍ଶାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛି ପ୍ରଶାସନ
Koraput Town, Koraput | Sep 13, 2025
ଘଟଣା ପରେ ଉକ୍ତ ମାର୍କେଟ କମ୍ପ୍ଲେକ୍ସର ଅନ୍ୟ ଦୋକାନୀ ମାନେ ଭୟଭୀତ ଅବସ୍ଥାରେ ଥିବାବେଳେ କମ୍ପ୍ଲେକ୍ସ ପ୍ରାୟ ୪୦ ବର୍ଷ ପୁରୁଣା ଓ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଥିବା କହି ଜିଲ୍ଲା ପ୍ରଶାସନ ଏହାକୁ ବିପଦ ସଙ୍କୁଳ ବୋଲି ଘୋଷଣା କରିଛି। କୌଣସି ବ୍ୟବସାୟୀ ବିଶ୍ୱାସ ରାୟ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ନଖୋଲିବା ଏବଂ ଜନସାଧାରଣ ସେଠାକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରା ଯାଇଛି। ମାଇକ ଯୋଗେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଶ୍ୱାସରାୟ କମ୍ପ୍ଲେକ୍ସ କୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଆଜି ରାତି ୮ ଟା ସମୟରେ ଦେଖିବାକୁ ମିଳିଛି।