This browser does not support the video element.
ଭୋଗରାଇ: ଭୋଗରାଇ ଲକ୍ ନିକଟରେ ବନ୍ୟାର ସ୍ଥିତି ଅନୁଧ୍ୟାନ କଲେ ଭୋଗରାଇ ବିଧାୟକ
Bhograi, Balasore | Aug 24, 2025
ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ସ୍ରୋତରେ ଭାସିଗଲା ଡଙ୍ଗା, ଡଙ୍ଗାରେ ଥିବା ୮ ଜଣକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଭୋଗରାଇ ଓ ବାଲିଆପାଳକୁ ସଂଯୋଗ କରୁଥୁବା ରସଲପୁର ରାସ୍ତା ଉପରେ ପ୍ରବାହିତ ହେଉଛି ୪ ଫୁଟର ବନ୍ୟା ପାଣି ଯାହାର ସ୍ରୋତ ଅଧିକ ରହିଛି। ତେବେ କିଛି ଲୋକେ ବାଇକ ଓ କ୍ଷୀର କେନ ଧରି ଡଙ୍ଗାରେ ରାସ୍ତା ପାର ହେଉଥିଲା ବେଳେ ପାଣି ସ୍ରୋତରେ ଡଙ୍ଗା ଟି ଭାସି ଯାଇଥିଲା। ଡଙ୍ଗାରେ ୨ ଟି ବାଇକ ଦୁଇଟି କ୍ଷୀର କେନ ସହ ୮ ଜଣ ଯାତ୍ରୀ ରହିଥିଲେ। ତେବେ ଡ଼ଙ୍ଗା ଯାତ୍ରୀ ବାଇକ ଉଦ୍ଧାର ହୋଇଥିଲା ବେଳେ ୨ କ୍ଷୀର କେନ ଭାସି ଯାଇଛି ।