This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚନ୍ଦ୍ରଶେଖରପୁର ବୁଦ୍ଧ ବିହାରରେ ବିଳମ୍ବିତ ରାତିରେ ଜାଳିଦେଲେ ବାଇକ, ଘଟଣାର ତଦନ୍ତ କରୁଛି ପୋଲିସ
Bhubaneswar M Corp, Khordha | Aug 24, 2025
ଚନ୍ଦ୍ରଶେଖରପୁର ବୁଦ୍ଧ ବିହାର ରେ ବିଳମ୍ବିତ ରାତିରେ ଜାଳିଦେଲେ ବାଇକ, ଘଟଣାର ତଦନ୍ତ କରୁଛି ପୋଲିସ | ବିଳମ୍ବିତ ରାତି 4.23ରେ ବାଇକ୍ ଜାଳିଦେଲେ ଦୃର୍ବୁତ୍ତ। ପେଟ୍ରୋଲ ଢ଼ାଳି ବାଇକ୍ ରେ ଲଗାଇ ଦେଲେ ନିଆଁ। ଚନ୍ଦ୍ରଶେଖରପୁର ବୁଦ୍ଧ ବିହାର ଭିତରେ ଜଳିଗଲା ବାଇକ୍। ଟଙ୍କା ନେଣଦେଣ ସହ ପୂର୍ବ ଝଗଡ଼ା କୁ ନେଇ ଗାଡ଼ି ପୋଡ଼ା ଯାଇଥିବା ଅନୁମାନ। ରାତିରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇ ଥିବା ବେଳେ ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଲାଗିଥିବା ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହ ଦୁର୍ବୁତ୍ତ ଙ୍କୁ ଧରିବା ପାଇଁ ଯାଞ୍ଚ କରୁଛି ପୋଲିସ |