This browser does not support the video element.
ଦେବଗଡ: ତିଲେଇବଣି ବ୍ଲକ ସଦର ମହକୁମାରେ ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Debagarh, Debagarh (Deogarh) | Aug 24, 2025
ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ସଦର ମହକୁମାରେ ଆଜି ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ଆଜି ମାସର ଚତୁର୍ଥ ରବିବାର ହୋଇଥିବା ବେଳେ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ଅଭିଯୋଗ ଶୁଣାଣି ଶିବିରରେ ସାମିଲ ହୋଇ ଦିନ ପ୍ରାୟ ୧ ଟା ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସମୁଦାୟ ୧୨ ଗୋଟି ବ୍ୟକ୍ତିଗତ ଏବଂ ସାମୁହିକ ଅଭିଯୋଗ ହୋଇଥିଲା । ବିଶେଷ କରି ରାସ୍ତା ନିର୍ମାଣ ଏବଂ ମରାମତି, ବିଦ୍ୟୁତ ସମସ୍ୟା, ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ପ୍ରଦାନ ଆଦି ଅଭିଯୋଗ ହୋଇଥିଲା ।