This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ପଦ୍ମନାଭପୁରରେ ୪୮ ତମ ଗଜ ଲକ୍ଷ୍ମୀ ପୂଜା - ସନ୍ଧ୍ୟାରେ ଆଳତି ଦର୍ଶନ ପାଇଁ ଜମୁଛି ଭିଡ
Titlagarh, Balangir | Oct 8, 2025
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ସହରର ପଦ୍ମନାଭପୁର ଯାହାକି କଟକିଆ ପଡ଼ା ବୋଲି ଲୋକେ ଜାଣନ୍ତି, ସେଠାରେ ୪୮ ତମ ଗଜ ଲକ୍ଷ୍ମୀ ପୂଜା ଆଜିଠାରୁ ଆରମ୍ଭ ହୋଇଯାଇଛି। ସକାଳୁ ପୂଜାର୍ଚ୍ଚନା ସରିବା ପରେ ସ୍ଥାନୀୟ ମହିଳା ମାନେ ମା ଲକ୍ଷ୍ମୀ ପୁରାଣ ପଠନ କରିଥିଲେ। ସନ୍ଧ୍ୟାରେ ପ୍ରତ୍ୟେକ ଦିନ ଆଳତି ସହ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥାଏ । ମୁଖ୍ୟ ପୂଜକ ଭାବେ ଶରତ କୁମାର ମିଶ୍ର ପୂଜାର୍ଚ୍ଚନା କରୁଥିବା ବେଳେ ସହଯୋଗ କରୁଥିଲେ ପୂଜକ ପ୍ରକାଶ ଚନ୍ଦ୍ର ତ୍ରିପାଠି। କର୍ତ୍ତା ଭାବେ ଚିତ୍ତ ରଞ୍ଜନ ସାହୁ ଏବଂ ସପତ୍ନି ଲୋପା ମୁଦ୍ରା ସାହୁ ପୂଜାରେ ବସିଥିଲେ।