This browser does not support the video element.
ଟିଟିଲାଗଡ: ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ଗଲେ ଅଙ୍କୁର ଅଗ୍ରୱାଲ
Titlagarh, Balangir | Oct 7, 2025
ଟିଟିଲାଗଡ଼ ସନ୍ ଭ୍ୟୂ ହୋଟେଲର ମାଲିକ ଶିବ ଦୟାଲ ଜୈନଙ୍କୁ ୨୮ ତାରିଖ ରାତିରେ ଅଜଣା ବୋଲେରୋ ଧକ୍କା ମାରି ହତ୍ୟା ଉଦ୍ୟମ କରି ଫେରାର ମାରିଥିଲା। ଥାନାରେ ଏତଲା ଦେବା ପରେ ମଙ୍ଗଳବାର ଦିନ ନୀଳଚକ୍ର ନଗର ନିବାସୀ ଶ୍ରୀ ଅଙ୍କୁର ଅଗ୍ରୱାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା। ତେବେ ଆଜି ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ବେଲ ଆବେଦନ ନାମଞ୍ଜୁର ହେବାରୁ ଅଙ୍କୁର ଅଗ୍ରୱାଲଙ୍କୁ ବିଚାର ବିଭାଗୀୟ ଉପକାରାଗାରକୁ ପଠାଇ ଦିଆ ଯାଇଛି। ତେବେ ପୋଲିସ ପକ୍ଷରୁ କୌଣସି ସୂଚନା ନ ଦେବା, ଘଟଣାରେ ସଂପୃକ୍ତ ଡ୍ରାଇଭର ଓ ବୋଲେରୋକୁ ନ ଆଣିବା ଲୋକେ ସହଜେ ହଜମ କରି ପାରୁନାହାନ