This browser does not support the video element.
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦଧିସିଙ୍ଗା ଗ୍ରାମ ପ୍ରସିଦ୍ଧ ମା ମଙ୍ଗଳାଙ୍କ ମନ୍ଦିର ଠାରେ ଆଜି ଆଶ୍ୱିନ କଳସ ଯାତ୍ରା ଉଦଯାପିତ
Dhenkanal Sadar, Dhenkanal | Sep 30, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଦଧିସିଙ୍ଗା ଗ୍ରାମ ପ୍ରସିଦ୍ଧ ମା ମଙ୍ଗଳା ମନ୍ଦିରରେ ଏକମାସ ବ୍ୟାପି ଆଶ୍ଵିନ କଳସ ଯାତ୍ରା ଆଜି ତା ୩୦।୯ ରିଖ ରାତ୍ର ୯ ଘଣ୍ଟା ସମୟରେ ଉଦ୍ ଯାପୀତ ହୋଇଯାଇଛି। ଆଜି କଳସ ଯାତ୍ରାରେ ୧୫ ଶହରୁ ଉର୍ଦ୍ଧ୍ବ ମହିଳା ସାମିଲ ହୋଇ ଜଳକଳସ ବିସର୍ଜନ କରିଥିଲେ। ସୂଚନା ଅନୁସାରେ ୧୮୧୦ ମସିହାରେ ଦଧିସିଙ୍ଗା ଗ୍ରାମର ଅଧିଷ୍ଠାତ୍ରୀ ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା।ମା ମଙ୍ଗଳାଙ୍କ ଆଶ୍ୱିନ ବ୍ରତ ଯାତ୍ରା ବହୁ ପୁରୁଣା । ସ୍ଥାନୀୟ ଅଞ୍ଚଳ ତଥା ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ଭକ୍ତମାନେ କଳସ ଯାତ୍ରାରେ ସାମିଲ ହୋଇଥିଲେ।