This browser does not support the video element.
କୋରାପୁଟ ସହର: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟ ପରିସରରେ ଆନ୍ଦୋଳନରେ ଥିବା ରାଜସ୍ବ ଅମଳା ସଂଘର ସମର୍ଥନରେ ପହଞ୍ଚିଲା ବିଜେଡ଼ି
Koraput Town, Koraput | Aug 21, 2025
କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟ ପରିସରରେ ଆଜିକୁ ୧୧ ଦିନ ଧରି ବିଭିନ୍ନ ଦାବି ନେଇ ରାଜସ୍ବ ଅମଳା ସଂଘ କର୍ମଚାରୀ ସମୁହ ଛୁଟିରେ ଯାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ବିଭିନ୍ନ ସଂଗଠନ ରାଜସ୍ବ ଅମଳା ସଂଘର ସମର୍ଥନରେ ଆସିଥିବା ବେଳେ ଆଜି ଅପରାହ୍ନ ୪ଟା ସମୟରେ କୋରାପୁଟ ଜିଲ୍ଲା ବିଜେଡ଼ି ସମର୍ଥନ ଜଣାଇଛି। ଜିଲ୍ଲା ବିଜେଡ଼ି ପୁର୍ବତନ ସାଂସଦ ଝିନ୍ନ ହିକକା ସହ ପୁର୍ବତନ ବିଧାୟକ ରଘୁରାମ ପଡାଲ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଜଣାପଡିଛି।