This browser does not support the video element.
ଆସିକା: କୋଟିନଡ଼ା ନୂଆଁପଲ୍ଲୀ ଠାରେ ସିରିଜ ଦୁର୍ଘଟଣା,ସ୍କୁଟିକୁ ପଛରୁ ଧକ୍କା ଦେଇ ଘର ଉପରକୁ ମାଡ଼ିଗଲା କାର, ଦୁଇ ସ୍କୁଟି ଆରୋହୀ ଗୁରୁତର
Asika, Ganjam | Oct 4, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୋଟିନଡ଼ା ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଠାରେ ସିରିଜ ଦୁର୍ଘଟଣା l ପ୍ରଥମେ ଗୋଟିଏ ଷଣ୍ଢ ପରେ ଗୋଟିଏ ସ୍କୁଟିକୁ ପଛରୁ ଧକ୍କା ଦେଇ ଘର ଉପରକୁ ମାଡ଼ିଗଲା କାର l ଦୁର୍ଘଟଣା ରେ ଦୁଇ ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି l ଗୁରୁତର ଦୁଇ ସ୍କୁଟି ଆରୋହୀ ହେଲେ ଆସିକା ସୁବର୍ଣ୍ଣ ପେଟା ସାହିର ଅମ୍ବିକା ପାତ୍ର, ମନୋଜ କୁମାର ପାତ୍ର l ସୂଚନା ଅନୁସାରେ କାର ଟି ଆସିକା ରୁ କବିସୂର୍ଯ୍ୟନଗର ଅଭିମୁଖେ ଯାଉଥିବା ସମୟରେ ନୂଆଁପଲ୍ଲୀ ଛକ ଠାରେ ପ୍ରଥମେ ଗୋଟିଏ ଷଣ୍ଢ କୁ ପରେ ଗୋଟିଏ ସ୍କୁଟିକୁ ପଛପଟୁ ଧକ୍କା ଦେଇ ରାସ୍ତା କଡରେ ଥିବା ଘର ଉପରକୁ ମାଡ଼ିଯାଇଥିଲା l