This browser does not support the video element.
କଟକ ପୌରାଞ୍ଚଳ: ଉରାଳି ବଡ଼ବାଲି ସାହିରେ ଗଛରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
Cuttack M Corp PS, Cuttack | Sep 13, 2025
କଟକ ଜିଲ୍ଲା ଉରାଳି ବଡ଼ବାଲି ସାହିରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ସଢ଼ି ପଚି ଯାଇଥିବା ବେଳେ ସେଥିରେ ପୋକ ସାଲୁବାଲୁ ହେଉଥିଲେ। ମୃତକ ଜଣକ ହେଲେ ଜଗନ୍ନାଥ ଚୌଧୁରୀ। ଶନିବାର ସନ୍ଧ୍ୟା ୫ ଟା ସମୟରେ ଏହି ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ବଡ଼ବାଲି ସାହି ବାସିନ୍ଦା ବୋଲି ସୂଚନା ମିଳିଛି। ତେବେ ସେ କିଛି ଦିନ ଧରି ଘରୁ ନିଖୋଜ ଥିଲେ। ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ମେଡିକାଲ ପଠେଇ ଘଟଣାର ତଦନ୍ତ କରୁଛି।