This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ,ବାଲେଶ୍ୱର ର ସାଂଗଠନିକ ବୈଠକ,ଯୋଗ ଦେଲେ ସଦର ବିଧାୟକ
Baleshwar M, Balasore | Sep 13, 2025
ଶନିବାର ପୂର୍ବାହ୍ନ ୧୦ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ,ବାଲେଶ୍ଵର ଭବନରେ ସଂଘର ମାସିକ ସାଂଗଠନିକ ବୈଠକ ଅନୁଷ୍ଠିତ।ସଂଘର ସଭାପତି ଈଂ ବନମାଳୀ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ସମସ୍ତଙ୍କ ଆଶୀର୍ବାଦ କାମନା କରିବା ସହ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଙ୍କ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ସଂଘର ଉପସଭାପତି ଡଃ ରମାକାନ୍ତ ବେହେରା,ଗୌରାଙ୍ଗ ଚନ୍ଦ୍ର ସାହୁ,ସମ୍ପାଦିକା ବାସନ୍ତୀ ପାଣି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।