This browser does not support the video element.
ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକକ ଗଣ ବୃକ୍ଷ ରୋପଣ ନେଇ ସଜବାଜ ସହ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ
Malkangiri, Malkangiri | Sep 4, 2025
ଏକ୍ ପେଡ଼ ମା କେ ନାମ 2.0 ଅଭିଯାନ ଅନ୍ତର୍ଗତ ସେପ୍ଟେମ୍ବର ୧୭ ତାରିଖରେ ଅନଷ୍ଠିତ ହେବାକୁ ଥିବା ଏକକ ଦିବସୀୟ ଗଣ ବୃକ୍ଷରୋପଣ ଅଭିଯାନ ଉପଲକ୍ଷେ ବିଭିନ୍ନ ଗ୍ରାମୀଣ ଗୋଷ୍ଠୀକୁ ଚାରା ବଣ୍ଟନ ପାଇଁ ମାଲକାନଗିରି ବନ ଡିଭିଜନ ପକ୍ଷରୁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗାଡ଼ି ଗୁଡିକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଏହି ଗାଡି ଗୁଡିକ ଜିଲ୍ଲାର ସମସ୍ତ ୧୧୧ଟି ଗ୍ରାମ ପଞ୍ଚାୟତରେ ଚାରା ବଣ୍ଟନ କରିବେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ, ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ, ବନଖଣ୍ଡ ଅଧିକାରୀ, ଉପ ଜିଲ୍ଲାପାଳ ଓ ବନ ବିଭାଗର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।