This browser does not support the video element.
ମାଲକାନଗିରି: ବାଲିମେଳା ସହରର ସି.ଆଇ ଛକରେ ହେଉଥିବା ପ୍ରଭୁ ଗଣେଶଙ୍କ ପୂଜାଭଷାଣି କାର୍ଯ୍ୟକ୍ରମଅନୁଷ୍ଠିତ, ସମ୍ବଲପୁରୀ ବାଦ୍ୟର ତାଳେତାଳେ ଝୁମିଲେ କଲୋନୀବାସୀ
Malkangiri, Malkangiri | Aug 30, 2025
ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୨ ନଂ ୱାର୍ଡ ସ୍ଥିତ ସିଆଇ ଛକ ନିକଟରେ ହେଉଥିବା ଗଣେଶ ପୂଜା ର ଆଜି ଭଷାଣି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ୮ଟା ସମୟରେ ଆରମ୍ଭ ହୋଇଥିଲା। ପ୍ରଭୁ ଗଣେଶ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଏହି ଭଷାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସୁଦୂର କଳାହାଣ୍ଡିରୁ ସମ୍ବଲପୁରୀ ବାଦ୍ୟ ଆସିଥିବା ବେଳେ ଏହାର ତାଳେ ତାଳେ କଲୋନୀବାସିନ୍ଦା ନାଚି ଉଠିଥିଲେ। ଡିଜେ ସାଉଣ୍ଡ ସାଙ୍ଗ କୁ ବାଣ ଫୁଟାଇ ଅତି ଆନନ୍ଦ ଉଲ୍ଲାସର ସହ ଏହି ଭଷାଣି ସମଗ୍ର ସହର ପରିକ୍ରମା ପରେ ୨ ନଂ ୱାର୍ଡ ସ୍ଥିତ ଚିତାପାରୀ ବ୍ରିଜ ନିକଟରେ ପ୍ରଭୁ ଗଣେଶ ଙ୍କ ମୂର୍ତ୍ତି ବିସର୍ଜନ ହୋଇଥିଲା।