This browser does not support the video element.
ମାଲକାନଗିରି: କିଆଙ୍ଗ ହାଟ ପଦାରେ ବିଜେପି ପକ୍ଷରୁ କିଆଙ୍ଗ ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ଓ ନୂତନ ମଣ୍ଡଳ କମିଟିର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Malkangiri, Malkangiri | Sep 29, 2025
ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ହାଟ ପଦାରେ ବିଜେପି ପକ୍ଷରୁ କିଆଙ୍ଗ ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ଓ ନୂତନ ମଣ୍ଡଳ କମିଟିର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା,ବରିଷ୍ଠ କର୍ମୀ କୁନାଲ ମିଶ୍ର ଯୋଗଦେଇ କିଆଙ୍ଗ ମଣ୍ଡଳର ନୂତନ ମଣ୍ଡଳ ସଭାପତି ଭାବେ କୁଶ ତାତିଙ୍କ ନାମ ଘୋଷଣା କରିବା ସହ ନୂତନ ମଣ୍ଡଳ କମିଟିର ସମସ୍ତଙ୍କ ନାମ ଘୋଷଣା କରି ସମ୍ବର୍ଦ୍ଧନା ଜଣାଇଥିଲେ। ମଣ୍ଡଳ ସ୍ତରୀୟ ଆତ୍ମନିର୍ଭର ଭରତ ସଂକଳ୍ପ ଅଭିଯାନର ପ୍ରଶିକ୍ଷଣ ଦିଆଯାଇଥିଲା ଓ ସ୍ୱଦେଶୀ ଆପଣାଇବା ନେଇ ଶପଥ ପାଠ କରାଯାଇଥିଲ।