This browser does not support the video element.
ବଲାଙ୍ଗୀର: ପାଟଣେଶ୍ୱରୀ ମନ୍ଦିରରେ ଲାଗିଲା ନବାନ୍ନ, ୨ହଜାରରୁ ଅଧିକ ଭକ୍ତ ଗ୍ରହଣ କଲେ ଭୋଗ
Balangir, Balangir | Aug 28, 2025
ଆଜି ପୂରଭାହ୍ନ 11ଟା ସମୟରେ ବଲାଙ୍ଗିର ପାଟଣେଶ୍ୱରୀ ପୀଠରେ ଲଗ୍ନ ଅନୁସାରେ ନବାନ୍ନ ଲାଗି ହୋଇଥିଲା । ମାଁଙ୍କୁ ଗୁପ୍ତନୀତିରେ ନବାନ୍ନ ଲାଗି ପରେ ମହା ଆଳତି ହୋଇଥିଲା । ମନ୍ଦିର ତରଫରୁ ଭକ୍ତମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇ ୨ହଜାରରୁ ଅଧିକ ଭକ୍ତ ନବାନ୍ନ ଭୋଗ ପାଇଥିଲେ । ଓଡିଶା ଉପମୁଖ୍ୟମନ୍ତ୍ରୀ ଓ ପାଟଣା ମହାରାଜ କନକ ବର୍ଦ୍ଧନ ସିଂଦେଓ, ସାଂସଦ ସଂଗୀତା କୁମାରୀ ସିଂଦେଓ ମାଁଙ୍କ ଦର୍ଶନ କରି ନବାନ୍ନ ଗ୍ରହଣ କରିଥିଲେ ।