Download Now Banner

This browser does not support the video element.

ଦେବଗଡ: ବନ୍ୟପ୍ରାଣୀ ସପ୍ତାହ ଅବସରରେ ଦେବଗଡ଼ ସହରରେ ବନବିଭାଗ ପକ୍ଷରୁ ସଚେତନତା ପଦଯାତ୍ରା

Debagarh, Debagarh (Deogarh) | Oct 3, 2025
ଦେବଗଡ଼ ସହରରେ ଆଜି ଦିନ ପ୍ରାୟ 12 ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ 71 ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ବନଖଣ୍ଡ ଅଧିକାରିଣୀ ରଶ୍ମି ଜି ମୁଖ୍ୟ ଅତିଥି ଭାବେ ପତାକା ଦେଖାଇ ପଦଯାତ୍ରା ଶୁଭାରମ୍ଭ କରିଥିଲେ। ଏସିଏଫ ସ୍ଵାଧୀନତା ସାହାଣୀ, ଏସିଏଫ ଅରୁଣ କୁମାର ବେହେରା ମଧ୍ଯ ଏଥିରେ ସାମିଲ ହୋଇଥିଲେ। ଦେବଗଡ଼ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରୁ ପଦଯାତ୍ରା ଶୁଭାରମ୍ଭ ହୋଇଥିବା ବେଳେ ନଗର ପରିକ୍ରମା କରାଯାଇଥିଲା। ଫରେଷ୍ଟର, ଫରେଷ୍ଟଗାର୍ଡ, ବନବିଭାଗ ଅସ୍ଥାୟୀ କର୍ମଚାରୀ, ସ୍କ୍ୱାର୍ଡ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ ।
Read More News
T & CPrivacy PolicyContact Us