Download Now Banner

This browser does not support the video element.

ଝାରସୁଗୁଡା: ଧନ ଶ୍ରୀ ଗୁରୁ ତେଗ ବାହାଦୂର ସାହବଜି ଙ୍କ ୩୫୦ ତମ ସହିଦି ଦିବସ ଅବସରରେ ଝାରସୁଗୁଡା ସହରରେ ଶୋଭାଯାତ୍ରା ଅନୁଷ୍ଠିତ, ଯୋଗଦେଲେ ସାଂସଦ ଓ ବିଧାୟକ

Jharsuguda, Jharsuguda | Sep 30, 2025
ଧନ ଶ୍ରୀ ଗୁରୁ ତେଗ ବାହାଦୂର ସାହବଜି ଙ୍କ ୩୫୯ ତମ ସହିଦି ଦିବସ ଅବସରରେ ଶିଖ ଧର୍ମାବଲମ୍ବୀ ଙ୍କ ତରଫରୁ ଝାରସୁଗୁଡା ସହରରେ ଆଜି ସକାଳ ଦଶଟା ସମୟରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଶୋଭାଯାତ୍ରାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ସହିତ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦାନ କରିଥିଲେ। ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ମହାରାଜ ଙ୍କ ଶସ୍ତ୍ର ସୁଶୋଭିତ ରହିଥିବା ବେଳେ ଏହାକୁ ଦେଖିବା ସହିତ ଶୋଭାଯାତ୍ରାରେ ଜନସାଧାରଣଙ୍କ ବେଶ ଭିଡ଼ ଲାଗିରହିଥିଲା। ଉଭୟେ ବରଗଡ଼ ସାଂସଦ ଓ ଝାରସୁଗୁଡା ବିଧାୟକ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
Read More News
T & CPrivacy PolicyContact Us