This browser does not support the video element.
ସୋର: ହେଂସଗୁଡା ରାସ୍ତାରୁ ମହିଳାଙ୍କ ନିକଟରୁ ଲୁଟ, ଥାନାରେ ଅଭିଯୋଗ
Soro, Balasore | Aug 27, 2025
ସୋର ଥାନା ହେଂସଗୁଡା ରାସ୍ତାରୁ ଆଜି ସନ୍ଧ୍ୟାରେ ଜଣେ ମହିଳାଙ୍କୁ ଭୁଜାଲି ଦେଖାଇ ଭୟଭୀତ କରି ମଙ୍ଗଳସୂତ୍ର ସମେତ ନଗଦ ଟଙ୍କା ଲୁଟି ନେଇଥିବା ନେଇ ମହିଳା ଜଣଙ୍କ ସୋର ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁସାରେ ଔପଦା ଥାନା ହରିଚନ୍ଦନପୁର ଗ୍ରାମର ପ୍ରଭାସିନୀ ରାଉତ ସନ୍ଧ୍ୟାରେ ଅଟୋ ଯୋଗେ ବରପଦାରୁ ଆସି ମେସିନଛକ ନିକଟରେ ଓଲ୍ହାଇ ବାପା ଘର ହେଂସଗୁଡା ଗ୍ରାମକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଏକ ବାଇକରେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୁର୍ତ୍ତ ପଛରୁ ଆସି ତାଙ୍କୁ ଅଟକାଇ ଭୁଜାଲି ଦେଖାଇ ଭୟଭୀତ କରି ବେକରେ ପିନ୍ଧିଥିବା ସୁନାମଙ୍ଗଳସୂତ୍ର ଏବଂ ନଗଦ ଟଙ୍କା ଲୁଟି ନେଇଥିଲେ।