This browser does not support the video element.
ଡାବୁଗାଁ: ଚଚରାଗୁଡା ଗ୍ରାମରେ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା
Dabugan, Nabarangpur | Sep 18, 2025
ଡାବୁଗାଁ ବ୍ଲକ ଚଚରାଗୁଡା ଗ୍ରାମର ସୁକଲବତୀ ନାୟକ ବୁଧବାର ସନ୍ଧ୍ୟା ସମୟରେ ଆତ୍ମହତ୍ୟା ଉଦ୍ଦେଶ୍ୟରେ ବିଷ ପିଇ ଦେଇଥିଲେ l କିଛି ସମୟ ପରେ ଝାଡାବାନ୍ତି ହୋଇ ଅସୁସ୍ଥ ହୋଇ ପଡିଥିଲେ l ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ସେଠାରେ ତାଙ୍କ ର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଚିକିତ୍ସିତ ଅବସ୍ଥାରେ ଗୁରୁବାର ସକାଳ ୭ ଘ. ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା l ଏନେଇ ମୃତକର ପୁଅ ଗଙ୍ଗାଧର ନାୟକ ଆଜି ପୂର୍ବାହ୍ନରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ |