This browser does not support the video element.
ସୋନପୁର: ଫଟାମୁଣ୍ଡା ଗ୍ରାମ ପାଖ ରେଳ ଲାଇନରେ ପଡିଛି ମୃତଦେହ, କାରଣ ଅସ୍ପଷ୍ଟ
Sonapur, Subarnapur (Sonepur) | Aug 24, 2025
ଫଟାମୁଣ୍ଡା ଗ୍ରାମ ପାଖରେ ରେଳ ଲାଇନ ରେ ପଡିଛି ମୃତ ଦେହ ହତ୍ୟା ନା ଆତ୍ମ ହତ୍ୟା ।ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଫଟାମୁଣ୍ଡା ଗାଁ ପାଖରେ ରେଳ ଧାରଣା ରେ ପଡିଛି ମୃତ ଦେହ। ସୂଚନା ମୁତାବକ ଡୁଙ୍ଗୁରିପାଲି ଷ୍ଟେସନ ରୁ ଚାରି କିଲୋମିଟର ଦୂର ରୁ ଫଟାମୁଣ୍ଡା ଗ୍ରାମ ପାଖରେ ରେଳ ଧାରଣା ରେ ଉଲଗ୍ନ ଅବସ୍ଥା ରେ ଆଜି ସକାଳ ୯ଟାରେ ଏକ ମୃତ ଦେହ ପଡି ଥିବା କିଛି ସ୍ଥାନୀୟ ଲୋକ ଦେଖୀବାକୁ ପାଇଥିଲେ। ମୃତ ଦେହ ର ଗୋଟିଏ ଗୋଡ଼ ଅନ୍ୟ ଟ୍ରାକ ରେ ପଡ଼ିଥିବା ବେଳେ ଗୋଟିଏ ଗୋଡ଼ ଆଉ ଅନ୍ୟ ସ୍ଥାନ ରେ ପଡି ଥିଲା ମୃତ କଙ୍କର ମଳ ଦୁଆର ରେ ରଡ଼ ପଶି ଥିବା ଦେଖୀ ବାକୁ ମିଳିଥିଲା।