Download Now Banner

This browser does not support the video element.

ଓରିଏଣ୍ଟ: ଦୁର୍ଗାପୂଜାରେ ଝାରସୁଗୁଡା ସହରରେ ଆକର୍ଷଣର କେନ୍ଦ୍ର ପାଳିଟିଛି ଝାରସୁଗୁଡା ପୁରୁଣାବସ୍ତି ଦୁର୍ଗାପୂଜାର ଜୁରାସିକ ପାର୍କ ସଦୃଶ୍ୟ ମଣ୍ଡପ

Orient, Jharsuguda | Sep 29, 2025
ଆସିଛି ପାର୍ବଣ ଏବଂ ଦଶହରା ପାଇଁ ଚଳଚଞ୍ଚଳ ଝାରସୁଗୁଡା ଜିଲ୍ଲାର ପୁରପଲ୍ଲୀ। ତେବେ ଏଥର ଝାରସୁଗୁଡାରେ ଆକର୍ଷଣର କେନ୍ଦ୍ର ପାଳିଟିଛି ଝାରସୁଗୁଡା ପୁରୁଣାବସ୍ତି ଦୁର୍ଗାପୂଜାର ଜୁରାସିକ ପାର୍କ ସଦୃଶ୍ୟ ମଣ୍ଡପ। ଆଜି ସନ୍ଧ୍ୟା ସାତଟା ସମୟରେ ମାଙ୍କ ପୂଜାର୍ଚ୍ଚନା ସହିତ ଆକର୍ଷଣୀୟ ଜୁରାସିକ ପାର୍କ ସଦୃଶ୍ୟ ଦୁର୍ଗାପୂଜା ମଣ୍ଡପ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଛି। ବିଭିନ୍ନ ଜୀବଜନ୍ତୁ ସାଙ୍ଗକୁ ସରୀସୃପ ଆଦି ସହିତ ଜୁରାସିକ ପାର୍କ ଭଳିଆ ସଜ୍ଜିତ ଏହି ଝାରସୁଗୁଡା ପୁରୁଣାବସ୍ତି ପୂଜା ମଣ୍ଡପରେ ବିଶେଷ ଭାବରେ ଶିଶୁ ଏବଂ ଜନସାଧାରଣ ଙ୍କୁ ଆକୃଷ୍ଟ କରୁଛି।
Read More News
T & CPrivacy PolicyContact Us