Download Now Banner

This browser does not support the video element.

ରାଇରଙ୍ଗପୁର ସହର: ପୁରୁଣାପାଣି ଗାଁ ନିକଟର ବାଇକ ଦୁର୍ଘଟଣାରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

Rairangpur Town, Mayurbhanj | Sep 22, 2024
ଗତକାଲି ବିଳମ୍ବିତ ରାତ୍ରିରେ ପୁରୁଣାପାଣି ଗାଁ ନିକଟ ମୁଖ୍ୟ ମାର୍ଗରେ ବାଇକ ଆରୋହୀ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ସ୍ଥାନୀୟ ଲୋକ ମାନେ ଗୁରୁତର ଦୁଇ ଯୁବକ ମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଯୋଡ଼ାପୋଖରୀ ଗାଁର ଯୁବକ ହୋପା ହେମ୍ବ୍ରମ(୨୦ବର୍ଷ) କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଯୁବକ ତୋଫାନ ହେମ୍ବ୍ରମ (୧୯ ବର୍ଷ) ଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ତାଙ୍କୁ ବାରିପଦା କୁ ସ୍ଥାନାନ୍ତର କରାଯାଇଛି ବୋଲି ଆଜି ସକାଳ ୧୦ ଟା ସମୟ ଟାଉନ ପୁଲିସ ପକ୍ଷରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us