This browser does not support the video element.
ଛତ୍ରପୁର: ବ୍ରହ୍ମପୁର ବଡ଼ ମେଡ଼ିକାଲ ନିକଟରେ ଟିମ୍ କ୍ଲିନ୍ ସିଟିର ପୋଷ୍ଟର ଚିରା ଅଭିଯାନ, ସାମିଲ୍ ହେଲେ ଡେପୁଟି କମିଶନର
Chhatrapur, Ganjam | Aug 24, 2025
ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଦିଗରେ ନିଜ ଉଦ୍ୟମ ଜାରି ରଖିଛି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ୍ ସିଟି। ପ୍ରତି ରବିବାର ଭଳି ଆଜି ମଧ୍ୟ ଟିମ୍ ପକ୍ଷରୁ ପୋଷ୍ଟର ଚିରା ଅଭିଯାନ କରାଯାଇଥିଲା। ରବିବାର ପୂର୍ବାହ୍ନରେ ପ୍ରଥମେ ସମସ୍ତ ସଦସ୍ୟ ସ୍ଥାନୀୟ ଏମକେସିଜି ମୁଖ୍ୟ ଫାଟକ ସମ୍ମୁଖରେ ଏକାଠି ହୋଇଥିଲେ। ପରେ ଉକ୍ତ ସ୍ଥାନ ଠାରୁ ଖୋଡାସିଙ୍ଗି ପର୍ଯ୍ୟନ୍ତ କାନ୍ଥ ଓ ଗଛ ଗୁଡିକରେ ଲାଗିଥିବା ପୋଷ୍ଟର, ବ୍ୟାନର ଆଦିକୁ ବାହାର କରିଥିଲେ ସଦସ୍ୟ ଗଣ।