This browser does not support the video element.
ଧର୍ମଗଡ: ଆମପାଣି ଘାଟିରେ ଓଲଟିଲା ବୋଲେରୋ, ଡ୍ରାଇଭର ଗୁରୁତର
Dharamgarh, Kalahandi | Aug 25, 2025
ଆମପାଣି ଥାନା ଆମପାଣି ଘାଟିରେ ସୋମବାର ଅପରାହ୍ନ ୪ ଟା ରେ ଏକ ବୋଲେରୋ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ଯାଇ ଦୁର୍ଘଟଣା ର ଶିକାର ହୋଇଥିଲା। ଦୁର୍ଘଟଣା ଯୋଗୁଁ ଡ୍ରାଇଭର ଗୁରୁତର ଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଗୁରୁତର ଡ୍ରାଇଭର କୁ ଉଦ୍ଧାର କରି କୋକସରା ଡାକ୍ତରଖାନା କୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।