This browser does not support the video element.
ରେଢାଖୋଲ: ଭୀମଭୋଇ ଛକରେ ପ୍ରଶାସନର ପ୍ରତିଶୃତି ପରେ ହଟିଲା ରାସ୍ତା ରୋକ , ସ୍ବଭାବିକ ହେଲା ଗାଡ଼ି ଚଳାଚଳ
Rairakhol, Sambalpur | Aug 22, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମଭୋଇ ଛକରେ ଶୁକ୍ରବାର ସକାଳେ ବିଭିନ୍ନ ଦାବି ନେଇ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଥିଲା । ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଶେଷ , ହାତୀ କରିଡ଼ର ର ବାଇପାସ ରାସ୍ତା ଓ ଗାଁ ଗୁଡିକୁ ସଂଯୋଗ କରୁଥିବା ରାସ୍ତାର ମରାମତି , ପାଉଁସ ବୋଝେଇ ଟ୍ରକ ସବୁ ଗାଇଡ ଲାଇନ ଅନୁସାରେ ପରିବହନ କରିବା ଓ ଟୋଲ ଗେଟ୍ ରୁ ରେଢ଼ାଖୋଲ ସହର ବାସୀଙ୍କୁ ଦେୟମୁକ୍ତ କରିବା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।