This browser does not support the video element.
ଛତ୍ରପୁର: ଚମାଖଣ୍ଡି ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା : ଜଣେ ଆହତ
Chhatrapur, Ganjam | Oct 31, 2024
ଚମାଖଣ୍ଡି ଛକ ନିକଟରେ ଗୁରୁବାର ଦିନ ୧ ଘଣ୍ଟା ସମୟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି l ଜଣେ ଆହତ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ଚମାଖଣ୍ଡି ଛକ ଠାରେ ମୋରମ ବୋଝେଇ ଏକ ଟ୍ରକ ରାସ୍ତା ପାର ହେଉଥିବା ବେଳେ ବ୍ରହ୍ମପୁରରୁ ଆଉ ଏକ ଟ୍ରକ ଆସି ତାକୁ ଧକ୍କା ଦେଇଥିଲା l ଫଳରେ ଜଣେ ଟ୍ରକ ଡ୍ରାଇଭର ଆହତ ହୋଇଥିଲେ l ଘଟଣାର ଖବର ପାଇ ହାଇୱେ ପେଟ୍ରୋଲିଙ୍ଗ ଗାଡି ଓ ଚମାଖଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ କେ ସିଜି ମେଡିକାଲ ପଠାଇଥିଲେ l