Download Now Banner

This browser does not support the video element.

ବଲାଙ୍ଗୀର: ତଲିଉଡାର ଗ୍ରାମର ଏକ ଢାଙ୍କୁଣୀ ବିହୀନ କୂଅ ଭିତରୁ ଜୀବନ୍ତ ନାଗ ସାପ ସୁରକ୍ଷିତ ଉଦ୍ଧାର

Balangir, Balangir | Sep 13, 2025
ତଲିଉଡାର ଗ୍ରାମ ର କୂଅରୁ ଜୀବନ୍ତ ନାଗ ସାପ ସୁରକ୍ଷିତ ଉଦ୍ଧାର ବଲାଙ୍ଗିର ଜିଲ୍ଲାର ତଲିଉଡା ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ଢାଙ୍କୁଣୀ ବିହୀନ କୂଅରୁ ଏକ ଜୀବନ୍ତ ନାଗ ସାପ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ସାପ ଚିହ୍ନଟ କରି, ଉଦ୍ଧାର କାରି ଆନନ୍ଦ ବେହେରାଙ୍କୁ ସୂଚନା ଦେଇଥିଲେ। ସେ ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ପରେ ସାପକୁ ଜଙ୍ଗଲ ଅଞ୍ଚଳରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଅଚାନକ ବଡ଼ ନାଗ ସାପ ଦେଖି ଗ୍ରାମରେ କିଛି ସମୟ ପାଇଁ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଥିଲା।
Read More News
T & CPrivacy PolicyContact Us