This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଅରଡ ବଜାର ମସଜିଦ ଠାରେ ୮୦ ଗ୍ରାମ ବ୍ରାଉନସୁଗାର ଜବତ,ଜଣେ ମହିଳା ଗିରଫ
Baleshwar M, Balasore | Sep 13, 2025
ବାଲେଶ୍ଵର ସଦର ଅବକାରୀ ବିଭାଗ ପକ୍ଷରୁ ସହଦେବଖୁଣ୍ଟା ଥାନା ଅରଡ ବଜାର ମସଜିଦ ଲେନ ଠାରେ ଚଢ଼ାଉ କରି ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି।ଗିରଫ ମହିଳା ହେଲେ ଅରଡ ବଜାର ଅଞ୍ଚଳର ରେଜିଆ ବିବି। ଏ ସଂପର୍କରେ ପି ଆର ନଂ ୧୦୨/୨୦୨୫-୨୬ NDPS ଆକ୍ଟ ମୂଳେ ମାମଲା ରୁଜୁ ହୋଇ ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଆଜି ସନ୍ଧ୍ୟା ୬.୩୦ ରେ ବାଲେଶ୍ଵର ସଦର ଅବକାରୀ ଷ୍ଟେସନ-୧ ର ଅଧିକାରିଣୀ ଗଙ୍ଗୋମଣି ହେମ୍ବ୍ରମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।