This browser does not support the video element.
ଜୟପୁର: ଫାମ୍ପୁଣୀ ଜଙ୍ଗଲ ଓ ବାୟଗୁଡ଼ା ରାସ୍ତାରେ ଅବକାରୀ ଚଢ଼ାଉ, ଜଣେ ଗିରଫ
Jeypore, Koraput | Sep 4, 2025
ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଚଢାଉ କରିଛି । ବହୁ ମଦ ଭାଟି ଭାଙ୍ଗିବା ସହ ୮ ଶହ ଲିଟର ପୋଚ ଓ ୭୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ସେହିପରି ଦେଶି ମଦ ଚାଲାଣ ସୁଚନା ପାଇ ବାୟାଗୁଡା ରାସ୍ତାରେ ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବଡ ଓଜେଇ ଗ୍ରାମର ଡମ୍ବୁରୁ ଧର ଦୁରୁଆ । ବାଇକ ସହ ୨୨ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତ କୁ ଆଜି ଅପରାହ୍ନ ୪ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।