This browser does not support the video element.
ଓରିଏଣ୍ଟ: ଖୁନ୍ତାମାଲ ଗ୍ରାମର ଜଗନ୍ନାଥ ମଣ୍ଡପ ଠାରେ ଚାଲିଥିବା ଶ୍ରୀମଦ ଭାଗବତ ଏକାଦଶ ସ୍କନ୍ଦ ମହାପୁରାଣ ପାରାୟଣ ଉତ୍ସବ ଉଦଯାପିତ
Orient, Jharsuguda | Sep 7, 2025
ଝାରସୁଗଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମର ଜଗନ୍ନାଥ ମଣ୍ଡପ ଠାରେ ଚାଲିଥିବା ଶ୍ରୀମଦ ଭାଗବତ ଏକାଦଶ ସ୍କନ୍ଦ ମହାପୁରାଣ ପାରାୟଣ ଉତ୍ସବ ଆଜି ଦିନ ତିନିଟା ସମୟରେ ଉଦଯାପିତ ହୋଇଯାଇଛି। ଏକ ସପ୍ତାହ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଭଗଵାନ ବାସୁଦେବଙ୍କର ପାରାୟଣ ଗାନ କରାଯାଇଥିଲା । ସଂସାରୁ ମୁକ୍ତି ପଥରେ ଗତି କରିବା ପାଇଁ ପ୍ରଭୁଙ୍କର ନାମମୃତ ପାନ କରି ପାପ ଦୁନିଆରୁ ନିଜକୁ ପୂଣ୍ୟ ପଥରେ ପଥିକ କରିବା ଏହାର ମୂଳ ଲକ୍ଷ୍ୟ। ପୂଜକ ଭାବେ ଭିକାରୀ ଚରଣ ପାଣଗ୍ରାହୀ, କେଦାର ପାଣିଗ୍ରାହୀ, ବୈଷ୍ଣବ ଚରଣ ପାଣଗ୍ରାହୀ ପୁଜାର୍ଚ୍ଚନା କରିଥିଲେ।