This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଓଏସଏପି ଦ୍ଵିତୀୟ ବାଟାଲିୟନ ପଡିଆରେ ଖେଲୋ ଇଣ୍ଡିଆ ଅସ୍ମିତା ପେଞ୍ଚାକ ସିଲଟ ଲିଗ ପ୍ରତିଯୋଗିତା ଉଦଘାଟିତ
Jharsuguda, Jharsuguda | Aug 23, 2025
ଝାରସୁଗୁଡା ଜିଲ୍ଲା ଓଏସଏପି ଦ୍ଵିତୀୟ ବାଟାଲିୟନ ପଡିଆରେ ଖେଲୋ ଇଣ୍ଡିଆ ଅସ୍ମିତା ପେଞ୍ଚାକ ସିଲଟ ଲିଗ ପ୍ରତିଯୋଗିତା ଆଜି ସକାଳ ସାଢ଼େ ଏଗାରଟା ସମୟରେ ଉଦ୍ଘାଟିତ ହୋଇଯାଇଛି। ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଅନୁଷ୍ଠିତ ଏହି ଲିଗରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପେଞ୍ଚାକ ସିଲଟରେ ନିଜର ଝିଅ ମାନଙ୍କୁ ଯୋଗଦେବା ପାଇଁ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି ଝାରସୁଗୁଡା ଜିଲ୍ଲାପାଳ