This browser does not support the video element.
ସୋର: ମଙ୍ଗଳପୁର ବଜାରରେ ଥିବା ଗ୍ରୋସେରୀ ଦୋକାନରୁ ଚୋରି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ
Soro, Balasore | Aug 26, 2025
ସୋର ଥାନା ମଙ୍ଗଳପୁର ବଜାରରେ ଥିବା ଏକ ଗ୍ରୋଶରୀ ଦୋକାନରୁ ନଗଦ ଦେଢ଼ ଲକ୍ଷ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସୋର ପୁଲିସ କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବାଗୁଡ଼ି ଗ୍ରାମର ରତିକାନ୍ତ ଦାସ ଏବଂ ଠାକୁରା ଗ୍ରାମର ଭୋଳେଶ୍ୱର ଜେନା।ସୂଚନା ଅନୁସାରେ ଗତ ଜୁଲାଇ ୨୨ ତାରିଖରେ ମଙ୍ଗଳପୁର ଗ୍ରାମର ତାପସ କୁମାର ଦାସ ମଙ୍ଗଳପୁର ବଜାରରେ ଥିବା ତାଙ୍କ ଗ୍ରୋଶରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।କିନ୍ତୁ ସକାଳେ ଦୋକାନ ଖୋଲିବା ସମୟରେ ଦୋକାନ ପଛପଟ ଝରକା ଭାଙ୍ଗି ଡ୍ରରେ ଥିବା ନଗଦ ଟଙ୍କା ସହ ସାମଗ୍ରୀ ଚୋରି କରିଥିଲେ।